ମୁଖ୍ୟ ଖବର

ଛୁରୀ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଟଙ୍କା ଓ ମୋବାଇଲ ଲୁଟିଲେ ଦୁଇ ଦୁର୍ବୃତ୍ତ

By Angul TV Bureau

August 22, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଗଡ଼ସନ୍ତ୍ରୀ ପଞ୍ଚାୟତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଦୁଇ ଦୁର୍ବୃତ୍ତ ଛୁରୀ ଦେଖାଇ ଲୁଟ କରିଛନ୍ତି। ଏ ନେଇ ଲୁଟର ଶିକାର ହୋଇଥିବା ଗ୍ରାମୀଣ କୋଟା ମାକ୍ରୋ ଫାଇନାନ୍ସ କର୍ମଚାରୀ ରଶ୍ମିରଞ୍ଜନ ଭୋଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ରଶ୍ମି ଆଜି ତଳମୂଳ ଗ୍ରାମରୁ ଟଙ୍କା ସଂଗ୍ରହ କରି ବଅଁରପାଳ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମକୁ ଟଙ୍କା ସଂଗ୍ରହ କରିବାକୁ ଆସୁଥିଲେ। ଗଡ଼ସନ୍ତ୍ରୀ ମଦ ଦୋକାନ ପାର କରିବା ପରେ ମା’ ଲୋଭୀ ଠାକୁରାଣୀଙ୍କ ମନ୍ଦିର ପୂର୍ବରୁ ଦୁଇ ଦୁର୍ବୃତ୍ତ ନମ୍ବର ବିହୀନ ହୋଣ୍ଡା ସାଇନ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ଏଥିସହ ଛୁରୀ ଦେଖାଇ ଧମକ ଦେଇ ୮୬୮୪ ଟଙ୍କା ଓ ଟାବଲେଟ ମୋବାଇଲ ଲୁଟ କରି ଫେରାର ହୋଇଯାଇଥିଲେ।

ଏ ନେଇ ରଶ୍ମି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ୍ ଆଇ ମନୋଜ ମିଶ୍ର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।