ଘଟଣା ଓ ଦୁର୍ଘଟଣା

ପ୍ରେମରେ ଅନ୍ଧ ପ୍ରେମୀଯୁଗଳ ବିଷ ପିଇଲେ

By Biswaranjan Pattnaik

June 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡ଼ା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଗୁରୁତର। ସୂଚନା ଯେ, ତୁକୁଡ଼ା ଅଞ୍ଚଳର ମହିଳାଙ୍କ ବୟସ ପ୍ରାୟ ଚାଳିଶି। ସ୍ୱାମୀ ବାଙ୍ଗାଲୋରରେ ଚାକିରୀ କରନ୍ତି। ଘରେ ଦୁଇଟି ଛୋଟ ଝିଅ ସହ ସ୍ମାର୍ଟ ଲୁକିଙ୍ଗ ଏହି ମହିଳା ଜଣକ ହଠାତ ପାଖ ସାହିର ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହେଲେ। ଝିଅ,ସ୍ୱାମୀ ପରିବାର କଥା ଭୁଲି ଯୁବକ ଜଣକର ସାନିଧ୍ୟ ପାଇବା ପାଇଁ ମହିଳା ଜଣକ ନିଜ ଲକ୍ଷ୍ମଣରେଖା ଡେଇଁ ଅବାଧ ମିଳାମିଶା କଲେ।

ଏଥିରେ ବାଧକ ସାଜିଲା ପରିବାର।ତେଣୁ ପ୍ରେମୀଯୁଗଳ ସବୁଦିନ ପାଇଁ ସ୍ଵର୍ଗରେ ଏକାଠି ରହିବାକୁ ଇଚ୍ଛା କରି ଘର ପାଖ ନିଛାଟିଆ ରେଳ ଧାରଣା ନିକଟରେ ବିଷ ପିଇ ଦେଲେ।ରବିବାର ସକାଳେ କିଛି ଗ୍ରାମବାସୀ ପ୍ରେମୀଯୁଗଳ ପଡ଼ିଥିବା ଦେଖି ସେମାନଙ୍କ ଘରେ ଖବର ଦେଇଥିଲେ। ଦୁହିଁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା। ତେବେ ଯୁବକ ଜଣକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।