ମୁଖ୍ୟ ଖବର

ପାଠ ପଢ଼ିବା ବୟସରେ ୨ ଝିଅଙ୍କୁ ପ୍ରେମ: ଉଭୟଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇଲା ନାବାଳକ ପ୍ରେମିକ, ଉଦ୍ଧାର କଲା ବନ୍ତଳା ପୋଲିସ

By Angul TV Bureau

October 08, 2024

ଅନୁଗୁଳ: ପାଠ ପଢ଼ି ଭବିଷ୍ୟତ ଗଢ଼ିବା ବୟସରେ ପ୍ରେମ। ସେ ପୁଣି ଜଣଙ୍କୁ ନୁହେଁ, ଦୁଇ ଦୁଇ ଜଣଙ୍କୁ। ସେତିକିରେ ଅଟକିନି କାହାଣୀ। ପ୍ରେମ କରିବା ପରେ ଦୁଇ ନାବାଳିକା ପ୍ରେମିକାକୁ ନେଇ ପ୍ରେମିକ ରାଜ୍ୟ ବାହାରକୁ ବି ଫେରାର ହୋଇଯାଇଛି। ଏଭଳି କଅଁଳ ବୟସରୁ ପ୍ରେମ ଏବେ ବନ୍ତଳା ଅଞ୍ଚଳରେ ଚର୍ଚ୍ଚାର ବିଷୟରେ ସାଜିଛି।

ସୂଚନା ଅନୁଯାୟୀ, ଗତ ୪ ଦିନ ହେଲା ଜଣେ ନାବାଳକ ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲ୍‌ରେ ପଢ଼ୁଥିବା ୨ ଜଣ ନାବାଳିକାଙ୍କୁ ନେଇ ଫେରାର୍‌ ହୋଇଯାଇଥିଲେ। ନାବାଳକ ଜଣକ ଏକା ସାଙ୍ଗେ ଦୁଇ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ଆଉ ଛାତ୍ରୀମାନେ ସ୍କୁଲ୍‌କୁ ଆସିବା ସମୟରେ ଫେରାର୍‌ ହୋଇଯାଇଥିଲେ। ଏନେଇ ସେମାନଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ବନ୍ତଳା ପୋଲିସ ଖୋଜାଖୋଜି କରିଥିଲା। ଏହି ୩ ଜଣ ରାଜ୍ୟ ବାହାରକୁ ପଳାଇ ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏବେ ବନ୍ତଳା ପୋଲିସ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ପାଠ ପଢ଼ିବା ବୟସରେ ୨ ଝିଅଙ୍କୁ ପ୍ରେମ ଆଉ ଘରୁ ଉଭୟଙ୍କୁ ନେଇ ଫେରାର ହେବା ଘଟଣା ଏବେ ଚର୍ଚ୍ଚାରେ ରହିଛି।