ମୁଖ୍ୟ ଖବର

ପ୍ରେମ ପତାରଣା ଜେଲ, ପୁଣି ପ୍ରେମ ପରେ ହତ୍ୟା

By Angul TV Bureau

February 13, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗଡ଼ ସାହିରେ ଜଣେ ଯବତୀଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀକରି ପ୍ରତାରଣା କରିବା ଅଭିଯୋଗରେ ଜେଲ ଯାଇଥିଲେ। ୧୦ ବର୍ଷ ସଜା କାଟିବା ପରେ ଅନ୍ୟତ୍ର ବିବାହକରିଥିଲେ। ଲମ୍ପଟ ପ୍ରେମିକ ପ୍ରତାରିତା ପ୍ରେମିକାଙ୍କୁ ପୁଣି ପ୍ରେମ ଜାଲରେ ଫସାଇ ପୁଣି ସନ୍ତାନର ଜନନୀ କରାଇଥିଲେ। ସେହି ଲମ୍ପଟ ପ୍ରେମିକ ପ୍ରେମିକାଙ୍କୁ ରବିବାର ବିଳମ୍ବିତ ରାତିରେ ହତ୍ୟା କରିବା ଅଭିଯୋଗରେ ଥାନରେ ଅଟକ ଥିବା ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଗୋତମରା ଗାଁର ସିପୁ ସାମଲ ୧୨ ବର୍ଷ ତଳେ ବୁଢ଼ାପଙ୍କ ଗାଁର ଲକ୍ଷ୍ମୀପ୍ରୀୟା ସାମଲ ସହିତ ପ୍ରେମ ସମ୍ପର୍କ ସ୍ଥାପନକରି ଗର୍ଭବତୀ କରାଇ ପ୍ରତାରଣା କରିବା ଅଭିଯୋଗରେ ଜେଲ ଯାଇଥିଲେ। ସେଠାରେ ୧୦ ବର୍ଷ ସଜା କାଟି ଫେରିବାପରେ ସନ୍ତ୍ରୀ ଗାଁରେ ବିବାହ କରିଥିଲେ। ତେବେ ପୁଣି ପ୍ରାତିରିତ ହୋଇଥିବା ପ୍ରେମିକା ଲକ୍ଷ୍ମୀପ୍ରୀୟାଙ୍କସହ ସମ୍ପର୍କ ଗଢ଼ି ଉଠିଥିଲା। ପୂର୍ବ ମ୍ପର୍କରୁ ଥିବା ୧୨ ବର୍ଷର ଝିଅସହ ଏକ ଭଡ଼ାଘରେ ଲକ୍ଷ୍ମୀଙ୍କୁ ରଖିଥିଲେ ସିପୁ। ପୁନର୍ବାର ଲକ୍ଷ୍ମୀ ଗର୍ଭବତୀ ହୋଇ ୨ ମାସର ଝିଅଟିଏ ଅଛି। ତେବେ ଗତ କିଛିଦିନ ହେବ ଲକ୍ଷ୍ମୀ ଓ ସିପୁଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ରବିବାର ରାତିରେ ସିପୁ ତାଙ୍କ ମାମୁ ପୁଅ ରାଜ ସାମଲସହ ମିଶି ଲକ୍ଷ୍ମୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏ ନେଇ ଲକ୍ଷ୍ମୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ସିପୁ ଓ ରାଜାଙ୍କୁ ଥାନାରେ ଅଟକରଖି ପଚରା ଉଚୁରା କରୁଛି। ଶବକୁ ଜବତକରି ବ୍ୟବଛେଦ କରାଇଛି।