ଅନୁଗୁଳ: ଲଭ, ସେକ୍ସ ଆଉ ତା’ ପରେ ଧୋକା। ପୁଣିଥରେ ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ କୌଣସି ସାହାଯ୍ୟ କରି ନ ପାରିବାରୁ ମହିଳା ଏବେ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି। ପୀଡ଼ିତା ମହିଳା ସୁନିତା ବେହେରାଙ୍କ ଅଭିଯୋଗ ଅନୁସାରେ, ସେ ପାଠ ପଢ଼ିବା ସମୟରୁ କୈଳାସ ସାହୁଙ୍କୁ ଭଲ ପାଇଥିଲେ। ପରେ ଉଭୟେ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ମୁଁ ଛୋଟ ଜାତିର ଝିଅ ହେଇଥିବାରୁ ତାଙ୍କ ଘରେ ମତେ ପ୍ରବେଶ କରିବାକୁ ବାରଣ କଲେ। ତାପରେ ସେ ମତେ ନେଇ ଏକ ଭଡାଘରେ ରଖିଲେ। ପରେ ମୋର ଝିଅଟିଏ ଜନ୍ମ ହେଲା। ଝିଅକୁ ଦୁଇ ବର୍ଷ ହେବା ପରେ କୈଳାସର ମୋ ପ୍ରତି ଆଉ ଭଲ ପାଇବା ରହିଲା ନାହିଁ। ମୋର ପୁଅ ଦେହରେ ଥିବା ଅବସ୍ଥାରେ ସେ ମତେ ଛାଡି ପଳେଇଲେ। ତା ଆଗରୁ ମତେ ବାଡ଼ିଆ ମରା କରିବା ସହିତ ଜାତିଆଣ ଆକ୍ଷେପ କରି ଅନେକ ଯନ୍ତ୍ରଣା ଦେଇଥିଲେ ବୋଲି ପୀଡ଼ିତା ମହିଳା କହିଛନ୍ତି।
ଏବେ ସେ ମତେ ଛାଡ଼ି ଆଉ ଜଣେ ଝିଅକୁ ନେଇ ଭୁବନେଶ୍ୱର ବାଣୀବିହାର ପାଖରେ ରହିଥିବା ମୁଁ ଖବର ପାଇଲି। ସେ ମୋତେ କି ମୋ ଛୁଆଙ୍କୁ ପଚାରୁନାହାନ୍ତି ବୋଲି କୋହଭରା କଣ୍ଠରେ ନିଜ ଦୁଃଖକୁ ବଖାଣିଛନ୍ତି ସୁନିତା।
ତାଙ୍କ ସ୍ୱାମୀ ନିଜ ଜାତିର ଜଣେ ଝିଅକୁ ପାଖରେ ରଖି ଏବେ ସେ ତା ସହ ସଂସାର କରୁଥିବା ଶୁଣିବା ପରେ ସେ ଥାନାର ଦ୍ୱାରସ୍ଥ ହେଇ ଅଭିଯୋଗ କରିଥିଲେ। କିନ୍ତୁ ଥାନାବାଲା କୌଣସି କଥା ଶୁଣିଲେ ନାହିଁ ବୋଲି ସେ ଗଣମାଧ୍ୟମର ସାହାରା ନେଉଥିବା କହିଛନ୍ତି। ତାଙ୍କୁ ନ୍ୟାୟ ଦେବାକୁ ସେ ଗୁହାରି କରିଛନ୍ତି।