ଘଟଣା ଓ ଦୁର୍ଘଟଣା

ଲଭ-ସେକ୍ସ-ଧୋକା ପରେ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରତାରକ ପ୍ରେମିକ ଗିରଫ

By Angul TV Bureau

June 27, 2023

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କ ଏତଲା ଆଧାରରେ ପୋଲିସ ଆଜି କୁଲାଡ଼ ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ମୁତାବକ, କୁଲାଡ଼ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଗୋଲଡି ସେଠ ଦୁଇ ବର୍ଷ ତଳୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପରେ ଉଭୟରେ ଭଡ଼ା ଘରେ ରହୁଥିଲେ। ଯୁବକ ଓ ଉକ୍ତ ମହିଳା ଏହି ପ୍ରେମ ବିବାହ କେବଳ ପରିବାର ମଧ୍ୟରେ ସୀମିତ ରଖିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯୁବକ ଜଣକ କିଛି ଦିନ ତଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାରୁ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ନାଲକୋ ଥାନା ପକ୍ଷରୁ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।