ଘଟଣା ଓ ଦୁର୍ଘଟଣା

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଠକ ପ୍ରେମିକ

By Angul TV Bureau

July 09, 2025

ଅନୁଗୁଳ: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୁଲିସ। ଅଭିଯୁକ୍ତ ହେଲେ ରକାସିଂହାର ଭାସ୍କର ଚନ୍ଦ୍ର ଦାଶ(୪୦)।

ସୂଚନା ଅନୁସାରେ, ଅନୁଗୁଳ ସହରରେ ରହୁଥିବା ଆଠମଲ୍ଲିକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭାସ୍କର ପ୍ରେମ କରୁଥିଲା। ସେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

କିନ୍ତୁ ଏବେ ସେ ବିବାହ କରିବାକୁ ମନା କରୁଛନ୍ତି। ଏ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।