ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର, ୮ ଟି ବ୍ଲକରୁ ୧୩୬ ଜଣ ଛାତ୍ରଛାତ୍ରୀ କଲେ ଆଖି ଟେଷ୍ଟ

By Angul TV Bureau

August 02, 2025

ଅନୁଗୁଳ: ଅଖିଳ ଭାରତୀୟ ଶିକ୍ଷା ସମାଗମ ପକ୍ଷରୁ ଜିଲ୍ଲାସ୍ତରୀୟ ଚକ୍ଷୁ ପରୀକ୍ଷା ଓ ସହାୟକ ଉପକରଣ ନିର୍ଦ୍ଧାରଣ ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସ୍ଥିତ ସମଗ୍ରଶିକ୍ଷା ସମ୍ମିଳନୀ କକ୍ଷଠାରେ ଦୁଇଦିନ ଧରି କାର୍ଯ୍ୟକ୍ରମ ଚାଲିଥିଲା।

ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ, ମଧୁସ୍ମିତା ନନ୍ଦ, ଲୋପାମୁଦ୍ରା ପଟ୍ଟନାୟକ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ, ସାଇଟସେଭେର୍ସ ଇଣ୍ଡିଆ, ଭୁବନେଶ୍ବର ତରଫରୁ ଲିପିକା ମହାପାତ୍ର, ଲେପ୍ରା ସୋସାଇଟି, ଭୁବନେଶ୍ବର ତରଫରୁ ଚକ୍ଷୁ ପରିକ୍ଷକ ଭାବନା ଝା ଓ ଭାଗ୍ୟଲକ୍ଷ୍ମୀ ବିଶ୍ଵାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ତରଫରୁ ଚକ୍ଷୁ ଚିକିତ୍ସା ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ୮ ଟି ବ୍ଲକରୁ ସମୁଦାୟ ୧୩୬ ଜଣ ଚକ୍ଷୁ ସମସ୍ଯା ଥିବା ଛାତ୍ରଛାତ୍ରୀ ଆଖି ପରୀକ୍ଷା କରାଇଥିଲେ। ଅନ୍ତର୍ନିବେଶୀ ଶିକ୍ଷା ଗୋଷ୍ଠୀ ସାଧନକର୍ମୀ ରଘୁନାଥ ବାରିକ ଓ ପତିତପାବନ ବାଡିଆ ସହଯୋଗ କରିଥିଲେ।