କଳା ଓ ସଂସ୍କୃତି

ମା’ ବାସନ୍ତୀ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି

By Biswaranjan Pattnaik

April 16, 2024

ଅନୁଗୁଳ: ଅମଲାପଡ଼ା ମା’ ଦୁର୍ଗା ମଣ୍ଡପରେ ଆଜି ସକାଳେ ସୂର୍ଯ୍ୟପୂଜା,ଗୋପୂଜା,ମହାଷ୍ଟମୀ ପୂଜା,ଅପରାହ୍ନ ଘ ୧:୨୫ ଗତେ ସନ୍ଧିପୂଜା ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦେଖିବାପାଇଁ ସହସ୍ରାଧିକ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଦୁଷ୍ୟନ୍ତ କୁମାର ନାଥଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଟାଇକୁଣ୍ଡୁ,ସ୍କୟେ,ଏବଂ ବକ୍ସିଂ ଆଦି ଖେଳ ପ୍ରଦର୍ଶିତ କରିଥିଲେ। ସ୍ଵାତୀ ସ୍ୱାଗତିକା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଆସନ୍ତା ବୁଧବାର ସକାଳେ ରକ୍ତଦାନ ଶିବିର,ପୂର୍ବାହ୍ନରେ ନବକୁମାରୀ ପୂଜା ଏବଂ ସନ୍ଧ୍ୟାରେ ସାମୁହିକ ଦାଣ୍ଡିଆ ଅନୁଷ୍ଠିତ ହେବ।