ଅନ୍ୟାନ୍ୟ

ମା’ ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

By Biswaranjan Pattnaik

February 03, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ହେମସୁରପଡ଼ା ଶିବ ମନ୍ଦିରରେ ଆସନ୍ତା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଥିବା ମା’ ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ପୂର୍ବ ବର୍ଷର ଆୟ ବ୍ୟୟର ସମୀକ୍ଷା କରାଯାଇଥିଲା। ଆସନ୍ତା ଦୁର୍ଗା ପୂଜାକୁ କିଭଳି ସରସ ସୁନ୍ଦର କରାଯାଇପାରିବ ସେ ନେଇ ସଦସ୍ୟମାନେ ସଂକଳ୍ପ ନେଇଥିଲେ।

ଏହା ପରେ ଚଳିତ ବର୍ଷ ପାଇଁ କମିଟିର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ସଭାପତି ରୂପେ ଶକ୍ତି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ରୂପେ ଯତୀନ କୁମାର ସେଠୀ, ସାଧାରଣ ସମ୍ପାଦକ ରୂପେ ଅନୁପ କୁମାର ମହାନ୍ତି, ସହ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ପଟ୍ଟନାୟକ, ରାଜ ତିଳକ ଦଳ ବେହେରା, ଶୁଭମ୍ ପ୍ରଧାନ, କୋଷାଧ୍ୟକ୍ଷ ରୂପେ ତାପସ ରଂଜନ ରାୟ ଏବଂ ରଶ୍ମି ରଞ୍ଜନ ପ୍ରଧାନ ମନୋନୀତ ହୋଇଛନ୍ତି। ସେହିଭଳି ମୁଖ୍ୟ ଉପଦେଷ୍ଟା ରୂପେ ଆଇନଜୀବୀ ପ୍ରଦୀପ ଦେବତା, ଅନିଲ ପଟ୍ଟନାୟକ, ପ୍ରତାପ ମାଝୀ, ରିତେଶ ଦଳବେହେରା, ସମୀର ଧର ଓ ସମ୍ବିତ ପ୍ରଧାନଙ୍କୁ ଚୟନ କରାଯାଇଛି।