ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଏକ ଭକ୍ତିପୂତ ପରିବେଶରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଅବସରରେ ଆୟୋଜିତ ଭବ୍ୟ ‘ନଗର ପରିକ୍ରମା’ରେ ଶତାଧିକ ମହିଳା ଓ ଶ୍ରଦ୍ଧାଳୁ ଶଙ୍ଖଧ୍ୱନି ଓ ପାରମ୍ପରିକ ବାଦ୍ୟ ସହ ସାମିଲ ହୋଇଥିଲେ। ପଣ୍ଡିତ ଅଶୋକ ମିଶ୍ରଙ୍କ ସମେତ ବିଦ୍ୱାନ ମଣ୍ଡଳୀଙ୍କ ଦ୍ୱାରା ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଓ ମନ୍ତ୍ର ପାଠ ପୂର୍ବକ ବିଗ୍ରହ ପ୍ରତିଷ୍ଠା କରାଯାଇଛି।
ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବିଶ୍ୱରଞ୍ଜନ ଦେଓ ଓ ଭନ୍ତାଚାରୁ ଦେଓ ଦାୟିତ୍ୱ ନିର୍ବାହ କରିଥିଲେ। ଠାକୁରଗଡ଼ ଥାନା ଅଧିକାରୀ ଶଶି ଭୂଷଣ ବେହେରାଙ୍କ ସମେତ ପୋଲିସ କର୍ମଚାରୀ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଏହି ଉତ୍ସବ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଏକତାର ବାତାବରଣ ସୃଷ୍ଟି କରିଛି।