କଳା ଓ ସଂସ୍କୃତି

ଗୋତମରା ମା’ ବ୍ରାହ୍ମୟଣୀଙ୍କ ବାର୍ଷିକ ଉତ୍ସବ ଆରମ୍ଭ, ୨ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

By Biswaranjan Pattnaik

October 16, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ରାହ୍ମୟଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।

ନୀତି ଅନୁଯାୟୀ, ଅପରାହ୍ନ ୧ ଟା ସମୟରେ ମା’ଙ୍କ ଦିଅଁ ଘରୁ ଆଲମ ବାହାରି ଘଣ୍ଟ, ଘଣ୍ଟା, ବାଦ୍ୟ, ଛତ୍ରୀ, ତରାସରେ ଏକ ବିରାଟ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ସନ୍ଧ୍ୟା ୬ ଟାରେ ଠାକୁରାଣୀ ତାଙ୍କର ସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ। ନୀତି ପରେ ଭକ୍ତଙ୍କୁ ମା’ ଦର୍ଶନ ଦେଇଥିଲେ। ରାତି ୧୧ ଟା ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅପେରା ପରିବେଷଣ ହେଉଛି। ଏହି କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ ବୋଲି ପୂର୍ବତନ ଉପବାଚସ୍ପତି ତଥା ଗ୍ରାମ ସଭାପତି ରଜନୀକାନ୍ତ ସିଂହ ପ୍ରକାଶ କରିଛନ୍ତି।