ଅନୁଗୁଳ: ଉଦଯାପିତ ହୋଇଛି ମା’ ଦକ୍ଷିଣକାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଆଇନଜୀବୀ ପ୍ରଦୀପ ଦେବତା, ବେଡା ଶାସନ ସମବାୟ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଯୁବ ନେତା ଗଙ୍ଗାଧର ମହାପାତ୍ର, ପୂର୍ବ ସରପଞ୍ଚ ଧୋକୁଟାର ହରେକୃଷ୍ଣ ସାହୁ, ବିଜେପି ନେତା ଗୋପାଳ କୃଷ୍ଣ ଦାସ, ଶୁଭେନ୍ଦୁ ପ୍ରଧାନ, ବସଲା ଗ୍ରାମ ସଭାପତି ଓ ସେକ୍ରେଟାରୀ ଦିଲ୍ଲୀପ ସାହୁ, ରବିନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।. ବଲାସିଙ୍ଗା ଓ ଜରଡ଼ା ଭିତରେ ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିବା ବେଳେ ବଳାସିଙ୍ଗା ଚାମ୍ପିୟନ ହୋଇଥିଲା। ବିଜୟୀ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଜରଡ଼ାକୁ ୧୨ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସୁଜିତ କୁମାର ସାହୁ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବିଦ୍ୟାଧର ବେହେରା, ଆଲୋକ ସାହୁ, କିସାନ ବେହେରା, କଳିଙ୍ଗ ବେହେରା, ଗଣେଶ୍ୱର ସାହୁ, ଅର୍ଜୁନ ବେହେରା, ଚେଁଟି, ତୁଷାର ବେହେରା, ଆଦର୍ଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।