କଳା ଓ ସଂସ୍କୃତି

ମା’ ଦୁର୍ଗାଙ୍କ ନବରାତ୍ର ପୂଜା: ଯଜ୍ଞ ଓ ଚଣ୍ଡୀପାଠରେ ଭକ୍ତିମୟ ପରିବେଶ, ଅନ୍ନଭୋଗ ପାଇଲେ ଶ୍ରଦ୍ଧାଳୁ

By Angul TV Bureau

October 18, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବାମୁର ଶୈବପୀଠସ୍ଥିତ ମା’ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୂଜାର୍ଚ୍ଚନା, ଯଜ୍ଞକାର୍ଯ୍ୟ ଓ ଚଣ୍ଡୀପାଠରେ ପୀଠ ପରିସର ଭକ୍ତିମୟ ହୋଇଉଠିଥିଲା। ପୂଜକ ସତ୍ୟନାରାୟଣ ମିଶ୍ରଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଓ ଚଣ୍ଡୀପାଠ ସମ୍ପନ୍ନ ହୋଇଥିଲା। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏଥିସହ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ନବରାତ୍ର ପୂଜାକୁ ନେଇ ସମଗ୍ର ପୀଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।