କ୍ରୀଡ଼ା

ମା’ ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସଇଡ଼ା ବିଜୟୀ

By Angul TV Bureau

October 15, 2022

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ଇଡା ପଞ୍ଚାୟତ କାଦଡିହାରେ ତିନିଦିନ ଧରି ଚାଲିଥିବା ମା’ ହରଗୌରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଟ୍ରିପଲ୍ ଏସର ଅଧ୍ୟକ୍ଷ ତଥା ତାମଡା ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସଇଡା ସରପଞ୍ଚ ମୋନାଲିସା ଗଡନାୟକ, ସମିତି ସଭ୍ୟା ସମ୍ବାରି ସମ୍ରାଇ, ପୂର୍ବତନ ନଗିରା ସମିତିସଭ୍ୟ ପ୍ରଦୀପ ପ୍ରଧାନ,ବିଜେଡି ନେତା ଜିତୁ ସାହୁ ପ୍ରମୁଖ ଯୋଗଦେଇଥିଲେ। ବିଜେତା ସଇଡା ଫୁଟବଲ୍ ଟିମ୍ ଓ ଉପ ବିଜେତା କାଦଡିହାକୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।