ମୁଖ୍ୟ ଖବର

୨୧ରେ ମା’ ହିଙ୍ଗୁଳାଙ୍କ ନୂଆଖାଇ ପର୍ବ, ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ ପ୍ରସାଦ

By Angul TV Bureau

September 17, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଚଳିତ ମାସ ୨୧ ତାରିଖ ସୋମବାର ଦିନ ପାଳିତ ହେବ। ମା’ଙ୍କ ନବାନ୍ନ ପ୍ରସାଦ ଲାଗି ପାଇଁ ତିଥି ନିର୍ଘଣ୍ଟ କରାଯାଇଛି। ତାଳଚେର ରାଜା ବିଜୟେନ୍ଦ୍ର ଚନ୍ଦ୍ର ଦେବ ଓ ମା’ଙ୍କ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀଙ୍କ ଉପସ୍ଥିତିରେ ରାଜଗୁରୁ ପଙ୍କଜ ଲୋଚନ ପତି ପାଞ୍ଜି ଦେଖି ତିଥି ଧାର୍ଯ୍ୟ କରିଥିଲେ। ନିର୍ଘଣ୍ଟ ଅନୁଯାୟୀ, ଦିନ ୧୨ଟାରେ ମା’ଙ୍କ ଚଳନ୍ତି ପ୍ରତିମା ଆଲମ ଦିଅଁଘରୁ ପୂଜାମଣ୍ଡପକୁ ଯାତ୍ରା କରିବେ। ପାରମ୍ପରିକ ଓ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଦିନ ୧ଟା ୧୫ରେ ମା’ଙ୍କ ନିକଟରେ ନବାନ୍ନ ପ୍ରସାଦ ଲାଗି ହେବ। ଏହି ପବିତ୍ର ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।