ଅନୁଗୁଳ: ଅନୁଗୁଳ ଗଡ଼ଜାତ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ତୁମୁଣୀ ଗ୍ରାମସ୍ଥିତ ମା କଳାପାଟଙ୍କ ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ସକାଳେ ନିକଟ ହନୁମାନ ମନ୍ଦିର ପାଖରୁ ଜଳପୂର୍ଣ୍ଣ କୁମ୍ଭ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରଯାଇଥିଲା। ଯଥାବିଧି ଗୋ ପୂଜା, ସୂର୍ଯ୍ୟ ପୂଜା ଆଦି ସଂପନ୍ନ ସହ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯାଇଥିଲା। ପଣ୍ଡିତ କାଶୀନାଥ ଦାସ, ପଣ୍ଡିତ ଜ୍ୟୋତିରଞ୍ଜନ ଆଚାର୍ଯ୍ୟ, ଓ ପଦ୍ମଲୋଚନ ପାଳଶର୍ମା ଯଜ୍ଞ କାର୍ଯ୍ୟ ସଂପନ୍ନ କରିଥିଲେ। ଦୀପକ କୁମାର ସିଂହ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିଲେ। ୪ଟି ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ। ମନ୍ଦିରରେ ନୂତନ ଧ୍ବଜା ଚଢାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହିତ ବାର୍ଷିକ ଉତ୍ସବ ସମାପନ ହୋଇଥଲା। ଗ୍ରାମର ସମସ୍ତେ ଉତ୍ସବରେ ସାମିଲ ହୋଇଥଲେ।
ଏହି ଉତ୍ସବ ପରିଚାଳନାରେ ସଭାପତି ଭଗବାନ ବିଶ୍ଵାଳ, ଉପସଭାପତି ଦୈତାରି ବିଶ୍ୱାଳ, ସଂପାଦକ ଅମିତ ବିଶ୍ୱାଳ, କୋଷାଧ୍ୟକ୍ଷ ନରେନ୍ଦ୍ର ବିଶ୍ୱାଳ, ସୌଭାଗ୍ୟ ବିଶ୍ବାଳ, ବିନୋଦ ବିଶ୍ବାଳ, ଚରଣବିଶ୍ଵାଳ, ବଡ଼କେରା ସରପଞ୍ଚ ହାଡ଼ିବନ୍ଧୁ ବେହେରା, ଟିକନ ବେହେରା, ପୁପୁନ ଖୁଣ୍ଟିଆ ଶିବାନୀ ବିଶ୍ୱାଳ ରାକେଶ ବିଶ୍ୱାଳ ଓ ରାମଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ମା’ କଳାପାଟ ଟ୍ରଷ୍ଟ ବୋର୍ଡ ସଭ୍ୟ ମାଧବ ଚନ୍ଦ୍ର ଦାସ, ଜିତେନ୍ଦ୍ର ସିଂହ, ସୁନିଲ ଦଳବେହେରା, ଧୀର ଗଡ଼ନାୟକ, ବିଭୂତି ଖୁଣ୍ଟିଆ, ପ୍ରମୋଦ ଖୁଣ୍ଟିଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତୁମୁଣି ଓ ତେଲିତଇଳା ଗ୍ରାମବାସୀଙ୍କ ସମେତ ସେବାୟତ ପରିବାର ବର୍ଗ ସହଯୋଗ କରିଥିଲେ।