ମୁଖ୍ୟ ଖବର

ରାଣୀଗୋଡା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା

By Biswaranjan Pattnaik

September 20, 2023

ଅନୁଗୁଳ: ବୁଧବାର ଦିନ ସହର ଉପକଣ୍ଠ ରାଣୀଗୋଡା ଗ୍ରାମର ଆରାଧ୍ଯା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା ବଡ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇ ଯାଇଛି ।

ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାମନ୍ତ ସାହିରେ ଥିବା ଦିଅଁ ଘରୁ ମା’ ଙ୍କର ବିଜେ ପ୍ରତିମା ସୁସଜ୍ଜିତ ଆଲମକୁ ଘଣ୍ଟ,ଘଣ୍ଟା,ଢୋଲବାଦ୍ଯ ଏବଂ ହରିବୋଲ,ହୁଳହୁଳି ଧ୍ୱନୀର ଏକ ବଡ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଗାଁର ଚାଷ ଜମି ଭିତରେ ଥିବା ମା’ ଙ୍କର ମନ୍ଦିରର ଆସ୍ଥାନ ଉପରେ ପରମ୍ପରା ଓ ରୀତିନୀତି ଅନୁଯାଇ ପୂଜକ ଭାଗିରଥି ଦେହୁରୀ ଏବଂ ସହଯୋଗୀଙ୍କ ଦ୍ୱାରା ପ୍ରଥମେ ମାଜଣା ଏବଂ ତା’ ପରେ ପରେ ବଡପୂଜା ବିଧି ମୁତାବକ ସମ୍ପର୍ଣ୍ଣ କରା ଯାଇଥିଲା । ମା’ ଙ୍କୁ ଭକ୍ତିର ସହ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଗ୍ରାମବାସୀ ତଥା ଆଖପାଖ ଲୋକଙ୍କର ପ୍ରଗାଢ ବିଶ୍ବାସ ରହିଛି । ତେଣୁ ଏହି ମା’ ଙ୍କ ବାର୍ଷିକ ପୂଜା ଅବସରରେ ଗ୍ରାମବାସୀଙ୍କ ସହ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ପୂଜା ଦିନ ମାନସିକ ଧାରୀ ବହୁ ଶିଶୁଙ୍କ ମୁଣ୍ଡନ କର୍ମ ହୋଇଥିଲା। ପ୍ରଥମେ ମା’ ଖୁମ୍ବେଶ୍ୱରୀଙ୍କ ପୂଜା ବିଧି ସମ୍ପନ୍ନ ପରେ ପରେ ପାର୍ଶ୍ବରେ ଥିବା ମା’ ପୀତାବଳୀଙ୍କ ପୀଠରେ ପୂଜା ରିତିନୀତି ଅନୁଯାଇ ସମ୍ପନ୍ନ କରାଯିବା ପରେ ମା’ ଙ୍କ ଆଲମକୁ ତାଙ୍କର ଦିଅଁ ଘରକୁ ପ୍ରତ୍ୟାବର୍ତ୍ତନ କରି ଅଣା ଯାଇଥିଲା । ଗାଁର ମୁରବୀ ଦୁର୍ଗା ଚରଣ ଦାସଙ୍କ ସହ ତ୍ରେତାନନ୍ଦ ସାମନ୍ତ,ବାଙ୍କ ବିହାରୀ ଦାସ, ମହେଶ୍ୱ ଲୋଚନ ଦାସ, ଆଭାଷ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।