କ୍ରୀଡ଼ା

ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

By Angul TV Bureau

January 10, 2022

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ନୂଆପଡା ଗାଁ ଖେଳ ପଡ଼ିଆଠାରେ ମା’ ଖୁମ୍ବେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯା ‌ପିତ ହେଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ଅରୁଣାଭ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ସରପଞ୍ଚ ପ୍ରିୟମ୍ବଦା ନାଏକ, ବିଷ୍ଣୁ ପ୍ରଧାନ, ପ୍ରମିଳା ବିଶ୍ୱାଳ, ଲମ୍ବୋଦର ନାଏକ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ୍ କୁସାସିଂହା ଓ କାଣ୍ଡସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କାଣ୍ଡସର ଦଳ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍ ସଂଗ୍ରହ କରିଥିଲା। ଜବାବରେ କୁସାସିଂହା ଦଳ ନିର୍ଦ୍ଧାରିତ ୧୮ ଓଭରରେ ୧୨୬ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା। ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିଭଳି ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ସୁନାଭୁଇଁ ଖେଳ ପଡ଼ିଆଠାରେ ମା’ ପିତବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେଇଯାଇଛି। ଫାଇନାଲ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ନେତା ଅରୁଣାଭ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତା ସାହୁ ଓ ମନୋଜ ସାହୁ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ୍ ସୁରାବ ଓ କଂସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଂସରା ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯୬ରନ୍ ସଂଗ୍ରହ କରିଥିଲା। ଜବାବରେ ସୁରାବ ଦଳ ୧୪.୧ ଓଭରରେ ୯୭ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଛି। ଅତିଥିମାନେ ଚାମ୍ପିୟନ ଓ ରନରର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।