ଘଟଣା ଓ ଦୁର୍ଘଟଣା

ରାତି ଅଧିଆ ମା’ ମାହେଶ୍ୱରୀଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ନେଇଗଲେ ଦୁର୍ବୃତ୍ତ

By Angul TV Bureau

October 15, 2022

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିର ଭିତରେ ଥିବା ଉତ୍ତର ଦ୍ୱାର କବାଟ ତାଡ଼ି ଶୁକ୍ରବାର ରାତିରେ କେହି ହୁଣ୍ଡି ଭାଙ୍ଗି ନେଇଯାଇଛି। ଶନିବାର ସକାଳୁ ମାଳି ସୁବ୍ରତ ବେହେରା ମନ୍ଦିର ମୁଖ୍ୟଦ୍ୱାର ଖୋଲି ଭିତରେ ପ୍ରବେଶ କରିବା ବେଳେ ଦାନ ହୁଣ୍ଡିର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ।

ପରେ ମନ୍ଦିରର ଉତ୍ତରପାର୍ଶ୍ଵରେ ଥିବା କବାଟର ଶିକୁଳି ତଡ଼ାଯାଇଥିବା ଦେଖିବାକୁ ପାଇଥିଲା। ଏ ନେଇ ସେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ନଗେନ ରାଉତଙ୍କୁ ଜଣାଇଥିଲେ।ଏନେଇ ନଗେନ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେହି ଚିହ୍ନା ପରିଚିତ ଲୋକ ଏଭଳି କରିଥିବା ପୋଲିସ ସନ୍ଦେହ କରୁଛି।