ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ସବଡ଼ିଭିଜନର ମା’ ମାହେଶ୍ଵରୀଙ୍କ ଷୋଳ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତରଣୀ କୁମାର ସୁନା ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଚଳିତବର୍ଷ କିପରି ରୀତିନୀତି ଅନୁଯାୟୀ ଏବଂ ଶୃଙ୍ଖଳିତଭାବେ ଅନୁଷ୍ଠିତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା ।
ପୂଜା ମଣ୍ଡପ ସାଜସଜ୍ଜା, ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ,ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ ଶୋଭାଯାତ୍ରା ନିମନ୍ତେ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳଙ୍କୁ ଦାୟିତ୍ୱ ଦିଆଯାଇଛି।
ବୈଠକରେ ଏବିଡିଓ ଦିଲ୍ଲୀପ ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରଭାତ ବିଶ୍ବାଳ, ଆଇଆଇସି ନିରୋଦ ଦାଶ, ଦେବୋତ୍ତର କମିଟି ସଭ୍ୟ ଆଇନଜୀବୀ ସୁଶାନ୍ତ କୁମାର ମହାପାତ୍ର, ଆଇନଜୀବୀ ଅସିତ ରଞ୍ଜନ ଦେଓ, ପୀତବାସ ସାହୁ, ପୂଜକ ପ୍ରଫୁଲ୍ଲ ପାଣିଗ୍ରାହୀ, କୁନା ବେହେରା ମାଳି, ଡୁମାଳ ସମାଜ ସମ୍ପାଦକ ସଞ୍ଜୟ ମହାକୁଡ଼, ଦେବୋତ୍ତର ସହାୟକ ନଗେନ ରାଉତ, ତ୍ରିନାଥ ସାହୁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।