କଳା ଓ ସଂସ୍କୃତି

କିଶୋରନଗରରେ ମହାଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ

By Angul TV Bureau

November 24, 2026

ଅନୁଗୋଳ: କିଶୋରନଗର କଲେଜ ଛକ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମାଣବସା ଶେଷ ଗୁରୁବାର ମା’ ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପାଣ୍ଡୁରୀପଥର ଗ୍ରାମ ନିକଟ ନଦୀରେ ପୂଜାର୍ଚ୍ଚନା ପରେ ମୂର୍ତ୍ତି ନିର୍ମାଣ ପାଇଁ ମାଟି ସଂଗ୍ରହ କରାଯାଇଥିଲା।

ପୂଜକ ବିକନ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ କମିଟି ସଭାପତି ସଞ୍ଜୟ ଦାଶ, ସମ୍ପାଦକ ନିରଞ୍ଜନ ସାହୁ, ଉପସଭାପତି ଲିପନ ସାହୁ, ସହସମ୍ପାଦକ ପପୁନ ସାହୁଙ୍କ ସମେତ ପବିତ୍ର ଦେହୁରୀ, ଦୁଲାଲ ସ୍ୱାଇଁ, ଚନ୍ଦନ ସ୍ୱାଇଁ, ପପୁନ ପ୍ରଧାନ, ରାଜକିଶୋର ରାଉଳ, ଗୌରାଙ୍ଗ ବିଶ୍ୱାଳ, ରୁନା ପ୍ରଧାନ ଓ ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ।