କଳା ଓ ସଂସ୍କୃତି

ମା’ ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ମାଟି ଅନୁକୂଳ

By Angul TV Bureau

March 25, 2024

ଅନୁଗୁଳ: ଆସନ୍ତା ଅପ୍ରେଲ ୧୪ ତାରିଖ ଷଷ୍ଠୀ ଠାରୁ ଆରମ୍ଭ ହେବାକୁ ଥିବା ଅମଲା ପଡ଼ା ମା’ ବାସନ୍ତୀ ଦୁର୍ଗା ପୂଜା ଉପଲକ୍ଷେ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ ହୋଇଯାଇଛି। ଏଥିନିମନ୍ତେ ପାରମ୍ପରିକ ମାଟି ପୂଜାର ଶୁଭାରମ୍ଭ କରାଯାଇଥିଲା। ପୂଜାରେ ସାହିର ବରିଷ୍ଠ ନାଗରିକ ବନ ବିହାରୀ ପଟ୍ଟନାୟକ କର୍ତ୍ତା ଭାବେ ଆସୀନ ହୋଇଥିଲେ। ମା’ ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅନୁପ କୁମାର ମହାନ୍ତି,କୋଷାଧ୍ୟକ୍ଷ ରଶ୍ମି ରଂଜନ ପ୍ରଧାନ,ତାପସ ରାୟ,ଉପଦେଷ୍ଟା ଆଇନଜୀବି ପ୍ରଦୀପ ଦେବତା,ମନୁ ପ୍ରଧାନ, ପ୍ରତାପ ମାଝୀଙ୍କ ସମେତ ସମ୍ବିତ ପ୍ରଧାନ, ଗୋପାଳ ପଟ୍ଟନାୟକ,ମୁନା,ବିକି,ଗୁଡୁ, ଅମନ୍ ଓ ଆନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାସନ୍ତୀ ଦୁର୍ଗା ପୂଜା ଆସନ୍ତା ଅପ୍ରେଲ ୧୪ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।