ଅନ୍ୟାନ୍ୟ

ମଦ ଡିପୋକୁ ବିରୋଧ: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By Angul TV Bureau

March 27, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରଠାରେ ରବିବାର ସରକାର ଅତ୍ୟାଧୁନିକ ମଦ ଡିପୋର ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି।

ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏହାକୁ ବିରୋଧ କରିବା ସହ ମଦ ଡିପୋ ଖୋଲି ସରକାର ମହିଳା ଓ ଛାତ୍ରୀଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏ ନେଇ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମଦ ଦ୍ୱାରା ସମାଜରେ ଦୁଷ୍କର୍ମ, ନିର୍ଯାତନା, ହତ୍ୟା ଆଦି ବୃଦ୍ଧି ପାଇବ ଓ ସମାଜ କୁପଥରେ ଯିବ ବୋଲି ସଂଗଠନ କହିଛି। ଏଥିସହ ଦୁର୍ଗାପୁର ସମେତ ଗଣ୍ଡିବେଦ ଅଞ୍ଚଳ ହେଉଛି କୃଷି ପ୍ରଧାନ ଅଞ୍ଚଳ। ତେଣୁ ଏଠାରେ ଶୀତଳ ଭଣ୍ଡାରର ସବୁଠାରୁ ଅଧିକ ଆବଶ୍ୟକ ଥିବା ବେଳେ ମଦ ଡିପୋ କରିବା କୃଷକ ଓ ମହିଳାଙ୍କ ପାଇଁ ଅପମାନ ସଦୃଶ। ଏଣୁ ଡିପୋ ବନ୍ଦ କରି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମହିଳାମାନେ ଦାବି କରିଛନ୍ତି।