ଅନ୍ୟାନ୍ୟ

ମାଘ ମେଳା ଓ ମହିମା ଉତ୍ସବକୁ ସୁରୁଖୁରୁରେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନର ତତ୍ପରତା, ସରିଲା ପ୍ରସ୍ତୁତି ବୈଠକ

By Angul TV Bureau

January 25, 2023

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ମାଘ ମେଳା ଓ ମହିମା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଏହି ମେଳା ଫେବ୍ରୁଆରୀ ୫ ରୁ ୭ ପର୍ଯ୍ୟନ୍ତ ଅଙ୍ଗାରବନ୍ଧରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ମେଳା ନିମନ୍ତେ ରାସ୍ତାଘାଟ, ପରିମଳ, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ଟ୍ରାଫିକ୍ ଓ ପୋଲିସ ସହାୟତା, ସାଂସ୍କୃତିକ କାର୍ଯ୍ୟକ୍ରମ, ପାର୍କ ବ୍ୟବସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ସ୍ଥାନ ନିରୁପଣ ସାଧୁ ସନ୍ଥ ଓ ଅତିଥିଙ୍କ ଆଗମନ ପ୍ରସ୍ଥାନ ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ମହିମା ଧାମର ମୁଖ୍ୟ ବିଜ୍ଞାନୀ କୁମାର ବେହେରା କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଦେବା ପରେ ସମସ୍ତ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ବିମଳ କୁମାର ଲେଙ୍କା, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଉଦଗାତା, ଆରକ୍ଷୀ ବାହିନୀର ସତ୍ୟ ରଞ୍ଜନ ଲେଙ୍କା, ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ, ସହକାରୀ ଅଗ୍ନିଶମ ଅଧିକାରୀ ଉମାକାନ୍ତ ନାୟକ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ସାଧୁ ସନ୍ଥ ଉପସ୍ଥିତ ଥିଲେ।