ଅନ୍ୟାନ୍ୟ

ମହାପ୍ରଭୁଙ୍କ ସେବାରେ ଅନୁଗୁଳର ବଡ଼କେରଜାଙ୍ଗବାସୀ, ଶ୍ରୀମନ୍ଦିରକୁ ଯୋଗାନ୍ତି ତୁଳସୀ ଓ ସୁଗନ୍ଧିତ ପୁଷ୍ପ

By Angul TV Bureau

July 26, 2023

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାର ସୁଯୋଗ କିଏ ବା ହାତ ଛାଡ କରିବାକୁ ଚାହେଁ। ସବୁ ଓଡ଼ିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କୁ ଦର୍ଶନ କରିବାକୁ, ତାଙ୍କୁ ମନ କଥା କହିବାକୁ ଆଉ ତାଙ୍କରି ସେବାରେ ନିଜକୁ ତଲ୍ଲୀନ କରିବାକୁ ସବୁରି ଓଡ଼ିଆଙ୍କ ଇଚ୍ଛା ଥାଏ। କିନ୍ତୁ କେବଳ ସିଏ ହିଁ କଳାଚାନ୍ଦର ସେବା କରିବା ସୁଯୋଗ ପାଏ, ଯାହାକୁ ସେ ନିଜେ ଅନୁମତି ଦିଏ। ସେଭଳି ଜଗନ୍ନାଥଙ୍କ ସେବାରେ ଲାଗିପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ଗ୍ରାମର ଲୋକେ।

ପୁରୀ ଶ୍ରୀକ୍ଷେତ୍ର ହେଉ ଅବା ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଶ୍ରୀଜିଉମାନଙ୍କ ଅଙ୍ଗ ସେବା ତଥା ଶୃଙ୍ଗାର ନିମନ୍ତେ ଶ୍ରଦ୍ଧାରେ ଯୋଗାଇ ଥାନ୍ତି ତୁଳସୀ, ପଦ୍ମ ଭଳି ଅନେକ ସୁଗନ୍ଧିତ ପୁଷ୍ପ ।ଏଥିପାଇଁ ସେମାନେ ‘ହେ ମହାବାହୁ’ ଗୋଷ୍ଠୀ ନିର୍ମାଣ କରି ଗାଁରେ ତୁଳସୀ ବଣ ବା ଫୁଲର ବଗିଚା ତିଆରି କରିଛନ୍ତି। ପ୍ରତ୍ୟେକ ମାସରେ ଅନ୍ତତଃ ପୁରୀ ଶ୍ରୀମନ୍ଦିର ଓ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରକୁ ଏହି ସେବା ସେମାନେ ପହଞ୍ଚାଇବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଏହି ସେବା ପଛରେ ଶରଣ ଶ୍ରୀକ୍ଷେତ୍ର ଚିଣ୍ଟୁ ବାବାଙ୍କ ପ୍ରେରଣା ରହିଛି ବୋଲି ସଭାପତି ବିଷ୍ଣୁ ଚରଣ ରାଉଳ କହିଛନ୍ତି। ଏହି ସେବାରେ ସମ୍ପାଦକ ରସାମଣି ରାଉଳଙ୍କ ସହିତ ସରୋଜ ପ୍ରଧାନ, ବୈକୁଣ୍ଠ ରାଉଳ, ଅଜୟ ବେହେରା, ନରେଶ ରାଉଳ, ପଞ୍ଚୁନାଥ ପ୍ରଧାନ, ସନାତନ ରାଉଳ, ସଞ୍ଜୀବ ବେହେରା, ଶେଷଦେବ ରାଉଳ, ବିଷ୍ଣୁ ଚରଣ ସାହୁ, ଟୁନା ରାଉଳ, ସୁଶାନ୍ତ ରାଉଳ, ଅର୍ଜୁନ ସାହୁ ଓ ହିମାଂଶୁ ପ୍ରମୁଖ ସହଯୋଗ କରୁଛନ୍ତି।