ଅନ୍ୟାନ୍ୟ

ମାଟ୍ରିକ ପରୀକ୍ଷାରେ ମହିମା ଜ୍ୟୋତି ଆବାସିକ ବିଦ୍ୟାପୀଠର ଶତ ପ୍ରତିଶତ ସଫଳତା

By Angul TV Bureau

May 07, 2025

ଅନୁଗୁଳ: ଅନୁଗୁଳର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମହିମା ଜ୍ୟୋତି ଆବାସିକ ବିଦ୍ୟାପୀଠର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଦଶମ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କୁମାରୀ ୟାସିନା ସାହୁ ୯୨ ପ୍ରତିଶତ, ଅର୍ଚ୍ଚିତା ସାହୁ ୯୦.୫ ପ୍ରତିଶତ ନମ୍ବର ରଖି ସ୍କୁଲର ନାଁ ଉଜ୍ଜ୍ୱଳ କରିଛନ୍ତି। ସ୍କୁଲର ୨୧ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଏବଂ ୨ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ପାଞ୍ଚଜଣ ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧ‌ିକ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସ୍କୁଲର ଶତ ପ୍ରତିଶତ ସଫଳତା ପାଇଁ ମହିମା ଜ୍ୟୋତି ଶୈକ୍ଷିକ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ସୁଜିତ ଦେହୁରୀଙ୍କ ପାଇଁ ଏସବୁ ସମ୍ଭବ ହୋଇଥିବା ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ କହିଛନ୍ତି।