ମୁଖ୍ୟ ଖବର

ବଢୁଛି ମହାନଦୀ ଜଳ : ଲୋକେ ଆତଙ୍କିତ

By Angul TV Bureau

September 06, 2025

ଅନୁଗୁଳ: ଗତ କିଛିଦିନ ହେବ ଲଗାଣ ବର୍ଷା କାରଣରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଉପରମୁଣ୍ଡରେ ଜଳପ୍ରବାହ ବୃଦ୍ଧି କାରଣରୁ ହୀରାକୁଦ ଜଳ ଭଣ୍ଡାର ତାର ଗେଟ ଗୁଡିକ ଖୋଲି ବନ୍ୟାଜଳ ନିଷ୍କାସନ କରୁଛି। ଇତି ମଧ୍ୟରେ ବନ୍ୟାଜଳ ଅନୁଗୁଳ ଜିଲ୍ଲାରେ ପ୍ରବେଶ କରିବା ସହ ସାତକୋଶିଆ ଗଣ୍ଡ ଏବେ ଫୁଲି ଉଠିଛି।

ଗତ ଦୁଇଦିନ ହେବ ମହାନଦୀର ସାତକୋଶିଆ ଗଣ୍ଡ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ ନଦୀ ଶଯ୍ୟା ଡେଇଁ ଉପରକୁ ଉଠିଛି। ନଦୀ କୁଳିଆ ଲୋକେବଏବେ ଭୟରେ କାଳାତିପାତ କରୁଛନ୍ତି। ବନ୍ୟାଜଳ ପ୍ରବାହିତ ହୋଇ ରାସ୍ତା ଉପରକୁ ଉଠି ଆସିଥିବା ବେଳେ ଏଥିରେ ବିଷଧର ସରୀସୃପ ଜନବସତିକୁ ପଶି ଆସୁଛନ୍ତି। ଏନେଇ ଲୋକେ ଭୟବିତ ଥିବା ପ୍ରକାଶ କରିଛନ୍ତି।