ଅନ୍ୟାନ୍ୟ

ମହେଶ ସାହୁଙ୍କୁ ରାଜ୍ୟ ଏସସି ସେଲ ଆବାହକ କଲା ବିଜେଡି, ବରିଷ୍ଠ ସାଧାରଣ ସମ୍ପାଦକ ଭାବେ କଲା ଚୟନ

By Angul TV Bureau

May 06, 2025

ଅନୁଗୁଳ: ରାଜ୍ୟ ବିଜେଡି ଏସସି ସେଲର ଆବାହକ ହେଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ମହେଶ ସାହୁ। ଏଥିସହ ବିଜେଡିର ୨୦ଜଣ ବରିଷ୍ଠ ସାଧାରଣ ସମ୍ପାଦକ ସୂଚୀରେ ମଧ୍ୟ ତାଙ୍କ ନାମ ସ୍ଥାନିତ ହୋଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଥିବାରୁ ମହେଶ ସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଦାୟିତ୍ୱ ମିଳିବା ପରେ ମହେଶଙ୍କୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କୁ ଅନୁଗୁଳ ଓ ଢେଙ୍କାନାଳର ଶତାଧିକ କର୍ମୀ ଭେଟି ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି।