ମୁଖ୍ୟ ଖବର

ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ପୂର୍ବ ସାଂସଦ ରୁଦ୍ର ନାରାୟଣ ପାଣି: କହିଲେ- ସେ ଯେଉଁ ଥାଳିରେ ଖାଆନ୍ତି, ତାହାକୁ ଛେଦ କରନ୍ତି

By Angul TV Bureau

October 07, 2023

ଢେଙ୍କାନାଳ: ଆଜି ଏକ ପ୍ରେସମିଟରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି। ଶ୍ରୀ ପାଣି କହିଛନ୍ତି, ନିଜକୁ ବଞ୍ଚାଇବା ପାଇଁ ସାଂସଦ ହୀନ ବକ୍ତବ୍ୟ ଦେଉଛନ୍ତି, ଯାହା ହାସ୍ୟାସ୍ପଦ। ମହେଶ ସାହୁ ତାଙ୍କ କାଉନସିଲର ଜୀବନ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିକୁ ଛେଦ କରନ୍ତି । ଏହା ତାଙ୍କର ଚରିତ୍ର ବୋଲି କହିଛନ୍ତି ପୂର୍ବତନ ସାଂସଦ ରୁଦ୍ର।

ଶ୍ରୀ ପାଣି କହିଛନ୍ତି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ମହେଶ ସାହୁଙ୍କ ଏପରି ବ୍ୟବହାର କାରଣରୁ ତାଙ୍କର କାହା ସାଙ୍ଗରେ ପଡୁନାହିଁ। ଏହି କାରଣରୁ ସେ କେବଳ ବାଚାଳମି କରୁଛନ୍ତି। ଶଙ୍ଖ ଭବନ ଓ ବିଜେଡି ତାଙ୍କୁ ଗୁରୁତ୍ୱ ନ ଦେବାରୁ ପାଗଳର ପ୍ରଳାପ ଭଳି କଥା କହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକ୍ରମକୁ ସେ ପୂର୍ବରୁ ସର୍ବସାଧାରଣରେ ପ୍ରଶଂସା କରିଛନ୍ତି। ମାତ୍ର ଆଜି ତାଙ୍କ ମୁହଁରେ ଉସୁନା, ତାଙ୍କରୁ ମୁହଁରେ ଅରୁଆ। ଦଳର ଚାପରେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଏପରି ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ, ସମସ୍ତେ ଜାଣିଛନ୍ତି । ଢେଙ୍କାନାଳର ସବୁ ଅଞ୍ଚଳ ସହ ତାଙ୍କର ପ୍ରତ୍ୟକ୍ଷ ଭାବାବେଗ ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ରତ୍ନ ବୋଲି କହିଛନ୍ତି।