ଅନୁଗୁଳ: ପବିତ୍ର ନଗର ମଣ୍ଡଳ ତରଫରୁ ରବିବାର ଏକ ବିଶାଳ ‘ମହିଳା ଜନ ଆକ୍ରୋଶ ପଦଯାତ୍ରା’ ଅନୁଷ୍ଠିତ ହୋଇଛି। ପବିତ୍ର ନଗର ଛକରୁ ବାହାରି ଏହି ପଦଯାତ୍ରା ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା, ଯେଉଁଥିରେ ଅଞ୍ଚଳର ଶତାଧିକ ମହିଳା ସାମିଲ ହୋଇଥିଲେ। ବିରୋଧୀ ଦଳଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ସ୍ୱର ଶାଣିତ କରିବା ସହ ଏଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ବିଜେଡି, କଂଗ୍ରେସ ଓ ଇଣ୍ଡି ମେଣ୍ଟର ମହିଳା ବିରୋଧୀ ନୀତିକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବାକୁ କର୍ମକର୍ତ୍ତାମାନେ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ସାମଲ, ମଣ୍ଡଳ ସଭାପତି ମନୋଜ ବିଶ୍ୱାଳ, ପ୍ରତିମା ସାହୁ, ଶୁଭସ୍ମିତା ଜେନା, ସବିତା ରାଣୀ ନନ୍ଦ, ପ୍ରତିମା ପ୍ରଧାନ ଏବଂ ସରପଞ୍ଚ ଦୁଃଖବନ୍ଧୁ ବେହେରା ଓ ଧରଣୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ। ମହିଳା ସଶକ୍ତୀକରଣ ଓ ସୁରକ୍ଷା ପ୍ରସଙ୍ଗରେ ଏହି ପଦଯାତ୍ରା ବେଶ୍ ସରଗରମ ରହିଥିଲା।