ମୁଖ୍ୟ ଖବର

ନିଜକୁ ବିଲଡର କରି ମହିଳାଙ୍କୁ ଚୂନା ମାରି ଲକ୍ଷ ଲକ୍ଷ ଟଙ୍କା ନେଇ ଠକ ଛୁ, ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା

By Angul TV Bureau

June 27, 2024

ଅନୁଗୁଳ : ତାଳଚେର ଅଞ୍ଚଳରେ ଅଭିନବ ଉପାୟରେ ଠକେଇ କରି ଯୁବକ ଫେରାର। ଏହି ମାଷ୍ଟର ମାଇଣ୍ଡ ହେଲା ରଞ୍ଜିତ ସାହୁ।

ରଞ୍ଜିତ ନିଜକୁ ବିଲଡର କହି ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରଥମେ ଅଳ୍ପ ଟଙ୍କା ନେଇ ସୁଧ ସହ ସୁଝୁ ଥିଲା। ମହିଳାମାନଙ୍କର ବିଶ୍ୱାସ ଜିତିବା ପରେ ସେ ଅଧିକ ସୁଧ ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲା। ଆଉ ପଇସା ସୁଝିବା କଥା କହିବାରୁ ଆଉ ଧରାଛୁଆଁ ଦେଉନଥିଲା। ଏମିତି କି ମୋବାଇଲ ବି ଅଫ୍ କରି ରଖିଛି।

ଟଙ୍କା ଦେଇଥିବା ମହିଳାଙ୍କ ମଧ୍ୟରୁ କିଏ ଝିଅ ବାହାଘର ପାଇଁ ତ ଆଉ କିଏ ଘର ତିଆରି କରିବା ପାଇଁ ଟଙ୍କା ରଖିଥିଲେ। କିନ୍ତୁ ଅଧିକ ଲୋଭ ପାଇଁ ଠକାମୀର ଶିକାର ହୋଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ରଞ୍ଜିତ ସାହୁ ପୂର୍ବରୁ ନିଜ ଗାଁ ତାଳଚେର କୁମୁଣ୍ଡା ଗ୍ରାମରେ ବରା ମିସ୍ତ୍ରୀ କାମ କରୁଥିଲା। କିନ୍ତୁ ପରେ ଦାମୀ କାର ସହ ମୋଟା ସୁନା ଚେନ ପକାଇ ମାର୍କେଟରେ ନିଜକୁ ବିଲଡର କହି ଲୋକଙ୍କ ବିଶ୍ୱାସ ଜିତି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି।

ଠକେଇର ଶିକାର ହୋଇଥିବା ମହିଳାମାନେ ଆଜି ଏସପିଙ୍କ ଦ୍ଵାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି।