ଅନ୍ୟାନ୍ୟ

ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

By Biswaranjan Pattnaik

August 28, 2021

ଅନୁଗୁଳ: କରୋନାର ତୃତୀୟ ଲହର ଶିଶୁ ଓ ନାବାଳକଙ୍କୁ ସଂକ୍ରମିତ କରିବାର ପୂର୍ବାନୁମାନ ସମସ୍ତଙ୍କୁ ବିଚଳିତ କରୁଛି। ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଅନୁଗୁଳ ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛି। ମେଡିକାଲ୍‌ର ମୁଖ୍ୟ ପରିଚାଳନା ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ ତୃତୀୟ ଲହର ପୂର୍ବରୁ ଆବଶ୍ୟକୀୟ ବ୍ୟବସ୍ଥାକୁ ତୁରନ୍ତ ପୂରଣ କରିବା ପାଇଁ ଦାବି ରଖିଛନ୍ତି। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତିମା ମିଶ୍ର, ସଂଘମିତ୍ରା ପ୍ରଧାନ, ରୋଜାଲିନ୍ ଦାସ, ମମତା ମହାପାତ୍ର, ସାଧାରଣ ସମ୍ପାଦିକା ସୁଚିସ୍ମିତା ତ୍ରିପାଠୀ, ସୁଜାତା ଦାସ, ନମିତା ଦଳବେହେରା, ଉର୍ମିଳା ନାଏକ, ଅପର୍ଣ୍ଣା ସାହୁ, ମୀରା ପାତ୍ର ପ୍ରମୁଖ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ।