ମୁଖ୍ୟ ଖବର

ଘୋଷରରେ ଜୀବନ୍ତ ହେବ ‘ମହିଷାସୁର ଦରବାର’: ତିନି ଦିନିଆ ପୌରାଣିକ ନାଟକ ପାଇଁ ପ୍ରସ୍ତୁତି

By Angul TV Bureau

September 22, 2026

ଅନୁଗୋଳ: ଆସନ୍ତା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନୁଗୋଳ ଜିଲ୍ଲା  କିଶୋରନଗର ବ୍ଲକ୍ ଘୋଷର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ଅଭିନବ ପୌରାଣିକ କାର୍ଯ୍ୟକ୍ରମ ‘ମହିଷାସୁର ଦରବାର’। ପୌରାଣିକ କିମ୍ବଦନ୍ତୀ ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଦୁର୍ଗାପୂଜା କମିଟି ଓ ଗ୍ରାମବାସୀ ଏହି ପ୍ରୟାସ କରିଛନ୍ତି।

ଆୟୋଜନ ସକାଶେ ମହିଷାସୁର ଭୂମିକା ଅଭିନେତା ପ୍ରଫୁଲ୍ଲ ମେହେରଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ ଓ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ପୂଜା ଅବସରରେ ଆସନ୍ତା ୧୮, ୧୯ ଓ ୨୦ ତାରିଖ ତିନି ଦିନ ଧରି ଦରବାରର ବିଭିନ୍ନ ପୌରାଣିକ ଦୃଶ୍ୟରାଜି ନାଟକୀୟ ରୂପରେ ପରିବେଷିତ ହେବ।

ଏହି ନିମନ୍ତ୍ରଣ ପର୍ବରେ କମିଟି ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ହିମାଂଶୁ ପ୍ରଧାନ, ସରୋଜ ସାହୁ, ଶିକ୍ଷକ ରଞ୍ଜିତ କୁମାର ସାହୁ, ରୂପେଶ ସାହୁ ଓ ସୁଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଆରା ପରିକଳ୍ପନାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।