ଘଟଣା ଓ ଦୁର୍ଘଟଣା

ମହଙ୍ଗା ପଡ଼ିଲା ନାବାଳିକାକୁ ପ୍ରେମ ବିବାହ, ବନ୍ଧା ହେଲା ନାବାଳକ ଟ୍ରକ୍ ହେଲପର

By Angul TV Bureau

May 03, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକାକୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ହରିହରପୁର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳକ ଟ୍ରକ୍ ହେଲପର ଓ ପରଜଙ୍ଗ କୁମୁସି ଅଞ୍ଚଳର ଏକ ନାବାଳିକାଙ୍କ ମଧ୍ୟରେ ବର୍ଷେ ହେଲା ପ୍ରେମ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ଉଭୟେ ବିବାହ କରିଥିଲେ। ନାବାଳିକା ଆସି ବଅଁରପାଳ ଅଞ୍ଚଳରେ ମାମୁଁ ଘରେ ରହୁଥିଲେ। ଏନେଇ ବଅଁରପାଳ ଥାନା ପୋଲିସ ଖବର ପାଇ ନାବାଳକକୁ ଗିରଫ କରିଛି। ଏ ନେଇ ଥାନା ପକ୍ଷରୁ ୧୫୪/୨୦୨୩ ଦଫା ୩୬୩, ୩୬୬, ୩୭୬(୨)ଏନ,ବ୩୭୬(୩)ସେକ୍ସନ୍ ପୋକସୋ ଆକ୍ଟରେ ମାମଲା ରୁଜୁ କରି ନାବାଳକକୁ ଗିରଫ କରିଥିବା ଜଣାପଡିଛି।