ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ସୋମବାର ବଡ଼ଧରଣର ଅଦଳବଦଳ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ହେଡ୍କ୍ବାର୍ଟର୍ସରେ ଥିବା ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଆଠମଲ୍ଲିକ ଥାନା ଆଇଆଇସି, ଶଶିଭୂଷଣ ବେହେରାଙ୍କୁ ଠାକୁରଗଡ଼ ଥାନା ଆଇଆଇସି, ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାର ଖାଳେଶ୍ଵର ସେଠୀଙ୍କୁ ପୁରୁଣାକୋଟ ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି କଣିହାଁ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କୁ ଜରପଡ଼ା ଥାନା, ଠାକୁରଗଡ଼ ଥାନା ଅଧିକାରୀ ନଟବର ନନ୍ଦଙ୍କୁ ବନ୍ତଳା ଥାନା, ଶ୍ୟାମଲାଲ୍ ଓରାମଙ୍କୁ ନାଲ୍କୋ ଥାନା, ଅନୁଗୁଳ ହେଡ୍କ୍ୱାର୍ଟର୍ସରେ ଥିବା ହରିକୃଷ୍ଣ ପ୍ରଧାନଙ୍କୁ କୋଲିୟରୀ ଥାନା, କୋଲିୟରୀ ଥାନାର ସରୋଜ ନାଏକଙ୍କୁ ଗୋପାଳପ୍ରସାଦ ଥାନା, ଅନୁଗୁଳ ହେଡ୍କ୍ୱାର୍ଟର୍ସରେ ଥିବା ରମଣୀ ରଞ୍ଜନ ଦଳେଇଙ୍କୁ କଣିହାଁ ଥାନା ଅଧିକାରୀ, ଅନୁଗୁଳ ହେଡ୍କ୍ୱାର୍ଟର୍ସରେ ଥିବାଈଶ୍ବର ନାୟକଙ୍କୁ ଅନୁଗୁଳ ଟାଉନ୍ ଥାନା ଅତିରିକ୍ତ ଆଇଆଇସି ଭାବେ ବଦଳି ହୋଇଛି। ଗୋପାଳପ୍ରସାଦ ଥାନା ଅଧିକାରୀ ବିକାଶ ସାମଲ, ପୁରୁଣାକୋଟ ଥାନା ଅଧିକାରୀ ବ୍ରଜବିହାରୀ ସାମନ୍ତସିଂହାର, ବନ୍ତଳା ଥାନା ଅଧିକାରିଣୀ ସଙ୍ଗୀତା ମହାପାତ୍ର, ଆଠମଲ୍ଲିକ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ଜରପଡ଼ା ଥାନା ଅଧିକାରିଣୀ ନିର୍ମଳା ଗୋଚ୍ଛାୟତ, ନିରୋଦ ଦାସଙ୍କୁ ଅନୁଗୁଳ ହେଡ୍କ୍ବାର୍ଟର୍ସକୁ ବଦଳି କରାଯାଇଛି। ଅନୁଗୁଳ ଥାନାର ଅତିରିକ୍ତ ଆଇଆଇସି ଇନିସ୍ପେକ୍ଟର ସନ୍ତୋଷ ଜେନାଙ୍କୁ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ଅବସ୍ଥାପିତ କରାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ନୂତନ ନିଯୁକ୍ତି ସ୍ଥାନରେ ଯୋଗଦେବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।