ଘଟଣା ଓ ଦୁର୍ଘଟଣା

କାଉଡ଼ିଆ ପାସେଞ୍ଜରଙ୍କୁ ନେବାକୁ ଟଣାଓଟରା: ବସ ମାଲିକ ମୁଥରେ ଫାଟିଲା କଣ୍ଡକ୍ଟରର ନାକ

By Biswaranjan Pattnaik

August 08, 2022

ଅନୁଗୁଳ : ବସ ଟାଇମିଂକୁ ନେଇ ଅନୁଗୁଳର ଦୁଇଟି ବସ କର୍ମଚାରୀ ଭୁବନେଶ୍ୱର ବରମୁଣ୍ଡାରେ ମୁହାଁମୁହିଁ ହୋଇଛନ୍ତି। ଏହି ଝଗଡ଼ାରେ ଗୋଟିଏ ବସର ମାଲିକ ଅନ୍ୟ ବସ କଣ୍ଡକ୍ଟରକୁ ମୁଥ ମାରି ତାଙ୍କ ନାକ ଫଟେଇ ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ବରମୁଣ୍ଡା ବସ ଷ୍ଟାଣ୍ଡରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା। କାଉଡ଼ିଆ ପାସେଞ୍ଜରଙ୍କୁ ନେବା ପାଇଁ ବସମାନଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା। ଏହି ସମୟରେ ବାପୁନ ବସ ମାଲିକ ମହାନ୍ତି ବସର କଣ୍ଡକ୍ଟରକୁ ମୁଥ ମାରିଥିଲେ ଫଳରେ ତାଙ୍କ ନାକ ଫାଟିଯାଇଥିଲା। ଆଜି ରାତି ପ୍ରାୟ ସାଢ଼େ ଆଠଟା ବେଳେ ବାପୁନ ବସ ଅନୁଗୁଳରେ ପହଞ୍ଚିବା ପରେ ମହାନ୍ତି ବସ ଷ୍ଟାଫ୍ ଯୁକ୍ତି ତର୍କ କରିଥିଲେ। ଗଣ୍ଡଗୋଳ ବଢିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚିବାରୁ ମାମଲା ନିୟନ୍ତ୍ରଣକୁ ଆସିଥିବା ଜଣାଯାଇଛି।