ଘଟଣା ଓ ଦୁର୍ଘଟଣା

ଡାକ୍ତରଖାନାରେ ଅସଦାଚରଣ: ନିର୍ଧୁମ ଛେଚା ଖାଇ ଲୁଚିଲେ ଡ୍ରେସର

By Angul TV Bureau

September 09, 2022

ଅନୁଗୁଳ: ଗତ ମଙ୍ଗଳ ବାର ବିଳମ୍ବିତ ରାତିରେ ଅନୁଗୁଳ ଡାକ୍ତରଖାନା ଆଶୁ ଚିକିତ୍ସା ୱାର୍ଡରେ ଘଟିଥିବା ଏକ ଅସଦାଚରଣ ଘଟଣା ବିଳମ୍ବରେ ହେଉ ପଛେ ଆଜି ପଦାକୁ ଆଇଛି। ଉକ୍ତ ଦିନ ରାତି ପ୍ରାୟ ବାରଟା ବେଳକୁ ସହର ର ଜଣେ ଯୁବତୀ ବିଷ ପାନ କରି ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାକୁ ଆସିଥିଲେ। ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା ୱାର୍ଡରେ ପାକସ୍ଥଳୀ ସଫା ନିମନ୍ତେ ନିଆ ଯାଇଥିଲା।

ଉକ୍ତ ଦିନ ରାତିରେ ଥିବା ଠିକା ଡ୍ରେସର ୱାସ କରିବା ବାହାନାରେ ଅସଦାଚରଣ କରିଥିଲେ। ଯୁବତୀଙ୍କ ମହିଳା ସମ୍ପର୍କୀୟ ମାନେ ଏହା ଦେଖି ନେଇଥିଲେ।ଏହାପରେ ଯୁବତୀଙ୍କ ପାଞ୍ଚରୁ ଉର୍ଧ୍ବ ସମ୍ପର୍କୀୟ ଉକ୍ତ ଡ୍ରେସରକୁ ଗୋଡେଇ ଗୋଡେଇ ପିଟିଥିଲେ। ଘାଇଲା ହୋଇ ରସିକ ଡ୍ରେସର ଜଣକ ଉପର ମହଲାକୁ ଯାଇ ଲୁଚିଥିଲେ। ଘଟଣା ନେଇ ଖବର ପାଇଁ ହସ୍ପିଟାଲ ମ୍ୟାନେଜର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ଏ ସମ୍ପର୍କରେ ମ୍ୟାନେଜର ଦେବାଶିଷ ଦାସଙ୍କୁ ପଚାରି ବାରୁ ଘଟଣା ସତ ବୋଲି କହିବା ସହ ଶନିବାର ଏଥିନେଇ ତାଙ୍କୁ କୈଫତ ମଗାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଟିଭିକୁ ସୂଚନା ଦେଇଛନ୍ତି।