ଅନ୍ୟାନ୍ୟ

ଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା

By Angul TV Bureau

July 25, 2024

ଅନୁଗୁଳ: ଦରମା ବୃଦ୍ଧି ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟାଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟ କର୍ମଚାରୀ ମାନେ କଳା ବ୍ୟାଜ୍ ପିନ୍ଧି ସାମୂହିକ ଧାରଣାରେ ବସିଛନ୍ତି। ମହାବିଦ୍ୟାଳୟର ୮ ଜଣ ଅଧ୍ୟାପକ ଏବଂ ଅଧ୍ୟାପିକା, ୫ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଓ ୮ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧାରଣାରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ, ପାଳଲହଡ଼ା ମାଲ୍ୟାଗିରି ମହାବିଦ୍ୟାଳୟରେ ୧୩୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଥିବା ବେଳେ ପିଲାଙ୍କୁ ଅଧ୍ୟୟନ ପାଇଁ ୮ ଜଣ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କମିଟିରୁ ନିୟୋଜିତ ହୋଇ ଦରମା ପାଇ ଆସୁଛନ୍ତି। ତେବେ ସରକାରଙ୍କ ସର୍ବନିମ୍ନ ମଜୁରୀ ଏବଂ ଶିକ୍ଷା ବିଭାଗର ଠିକା ଶିକ୍ଷକଙ୍କ ମାସିକ ଦରମା ୩୫ ହଜାରରୁ ୪୦ ହଜାର ଥିବା ବେଳେ ଆନ୍ଦୋଳନରେ ସାମିଲ ଅଧ୍ୟାପକ ଅଧ୍ୟାପିକା ମାତ୍ର ୧୩୫୦୦ ଟଙ୍କା ଦରମା ପାଉଛନ୍ତି। ସେଥି ମଧ୍ୟରୁ ବରିଷ୍ଠ ଅଧ୍ୟାପକ ମାନେ ୨୨ ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ମାତ୍ର ୨୨ ହଜାର ଟଙ୍କା ଦରମା ପାଉଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ପ୍ରଧାନ ଏବଂ ପରିଚାଳନା ସମିତିର ସଭାପତି ତଥା ପାଳଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ ପତି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ଅଧ୍ୟାପକଙ୍କ ଦରମା ହଜାରେ ଟଙ୍କା ଲେଖାଏଁ ବୃଦ୍ଧି କରିବା କଥା କହିଥିଲେ। ମାତ୍ର ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ ଜାରି ରଖିଥିବା ଜଣାଯାଇଛି।