ଘଟଣା ଓ ଦୁର୍ଘଟଣା

ବାଡ଼ିଆ ପିଟା ହୋଇ ମାମୁ ଭଣଜା ଗିରଫ

By Angul TV Bureau

October 26, 2021

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଲିଙ୍ଗରାଯୋଡ଼ି ଗାଁରେ ରବିବାର ବାଡ଼ିଆପିଟା ହୋଇ ମାମୁ ଭଣଜା ଗିରଫ ହୋଇ ମଙ୍ଗଳବାର କୋର୍ଟ ଚାଲାଣ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ରବିବାର ଲିଙ୍ଗରାଯୋଡ଼ି ଗାଁର କିଛି ଯୁବକ ଭୋଜି କରିଥିଲେ। ସେମାନଙ୍କ ମଧ୍ୟରୁ ଭଣଜା ପିଣ୍ଟୁ ଓରଫ ପ୍ରଭାତ ବେହେରା(୩୦) ଓ ମାମୁ ବିରେନ୍ଦ୍ର ପଟ୍ଟନାୟକ(୩୯)ଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଭୋଜିପରେ ଗାଁରେ ପହଞ୍ଚିଲାପରେ ପୁଣି ଗଣ୍ଡଗୋଳ ହୋଇଥିଲା। ଏଥିରେ ପିଣ୍ଟୁ ଏକ ବୋତଲରେ ବିରେନ୍ଦ୍ରଙ୍କ ମୁଣ୍ଡକୁ ବାଡ଼େ ଦେଇଥିଲେ। ଫଳରେ ବିରେନ୍ଦ୍ର ଆହତ ହୋଇଥିଲେ। ସେହିଭଳି ବିରେନ୍ଦ୍ର ମଧ୍ୟ ପିଣ୍ଟୁଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ସଦର ଥାନାରେ ଉଭୟପକ୍ଷ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ୨ଟି ମାମଲା ରୁଜୁକରି ପିଣ୍ଟୁ ଓ ବିରେନ୍ଦ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।