ମୁଖ୍ୟ ଖବର

ପ୍ରେମିକାକୁ ପ୍ରତାରଣା ମାମଲାରେ ଯୁବକ ଗିରଫ

By Angul TV Bureau

July 18, 2025

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମରେ ପକାଇ ପ୍ରତାରଣା କରିଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମୁରଲୀ ବାରିକ (୨୮) ଙ୍କୁ ନାଲକୋ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ମୁରଲୀ ଓ ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଏକାଠି ଚାକିରି କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ମୁରଲୀ ବାଙ୍ଗାଲୋର ଚାଲିଯାଇଥିଲେ। ସମ୍ପର୍କ ବିଛିନ୍ନ ହେବା ପରେ ଯୁବତୀ ଭୁବନେଶ୍ୱରରେ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ୨୦୨୪ ଅକ୍ଟୋବରରେ ସେ ନାଲକୋ ଥାନାରେ ଅଭିଯୋଗ କଲେ। ତଦନ୍ତ ପରେ ପୋଲିସ ବାଙ୍ଗାଲୋରର ଏକ ଆପାର୍ଟମେଣ୍ଟରୁ ମୁରଲୀଙ୍କୁ ଗିରଫ କରିଥିଲା।