ଅନୁଗୁଳ: ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକ ପ୍ରାଣ ହରାଇଛନ୍ତି। ମୃତକ ପ୍ରାୟ ପାତ୍ରପଡା ତାଳମଣ୍ଡଳୀ ସାହିର ପ୍ରସନ୍ନ କୁମାର ସାହୁ (୪୪) ବୋଲି ଜଣାପଡିଛି। ସେ ଗାଡିରେ ବିଡି ବସ୍ତାଧରି ବାଗେଡିଆ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା।