ମୁଖ୍ୟ ଖବର

କାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

By Angul TV Bureau

September 26, 2023

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଟାଟା କର୍ମଚାରୀଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବାଇଝେଲିଆ ଗ୍ରାମରେ ହାତୀ ଆକ୍ରମଣରେ ଟାଟା କାରଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେଶ ଚନ୍ଦ୍ର ଭୋଇଙ୍କ ପୁଅ ପ୍ରଫୁଲ୍ଲ କୁମାର ଭୋଇ (୪୩)।

ସୂଚନା ମୁତାବକ, ପ୍ରଫୁଲ୍ଲ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନାର UIL ଠିକା ସଂସ୍ଥାରେ ହେଲପର ଭାବେ କାର୍ଯ୍ୟ କରନ୍ତି। ଆଜି ତାଙ୍କର ସକାଳ ଶିଫ୍ଟ ଥିବାରୁ ଭୋର୍ ୫ ଟାରେ ସେ ସାଇକେଲ ନେଇ କାରଖାନାକୁ ଯାଉଥିଲେ। ରାସ୍ତାରେ ତାଙ୍କୁ ହାତୀ ଆକ୍ରମଣ କରି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଏ ନେଇ ଗ୍ରାମବାସୀ ଜାଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଞ୍ଚଳବାସୀ କ୍ଷତିପୂରଣ ପାଇଁ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ନିରୁପମା ଜେନା ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।