ଘଟଣା ଓ ଦୁର୍ଘଟଣା

ଝିଅର ସାର୍ଟିଫିକେଟ ଧରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ଅଜଣା ଗାଡ଼ି ଧକ୍କାରେ ବାପା ମୃତ

By Angul TV Bureau

July 22, 2024

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ହେଲେ ଠାକୁରଗଡ଼ ଥାନା ଗିରଦା ଗାଁର ପ୍ରସନ୍ନ ପ୍ରଧାନ।

ପୋଲିସ୍ ସୂଚନା ମୁତାବକ, ପ୍ରସନ୍ନ ନିଜ ବାଇକ୍ ଯୋଗେ ରେଢାଖୋଲରୁ ଝିଅର ସାର୍ଟିଫିକେଟ ଧରି କିଶୋରନଗର ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଘୋଷର ପୂର୍ତ୍ତ ରାସ୍ତା ପୋଲ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ୍ ପହଞ୍ଚି ବାଇକକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆଜି ରାତି ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ୍ ସୂଚନା ଦେଇଛି।