ଘଟଣା ଓ ଦୁର୍ଘଟଣା

ଶୌଚ ପାଇଁ ଯିବା ବେଳେ ଛକି ଥିଲା ଯମ, ସର୍ପାଘାତରେ ଯୁବକ ମୃତ

By Angul TV Bureau

December 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରେଙ୍ଗାଳି ଗ୍ରାମର ବିଷ୍ଣୁ ସାମଲ (୪୪)।

ସୂଚନା ମୁତାବକ, ବିଷ୍ଣୁ ଅପରାହ୍ନରେ ଘର ପଛପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେଠାରେ ମୃତ ଘୋଷଣା କରିଥିଲେ। ମୃତକଙ୍କ ପୁଅ ସୋମ୍ୟଜିତ ସାମଲଙ୍କ ଅଭିଯୋଗ ଆଧାରରେ ରେଙ୍ଗାଳି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ବିଶ୍ୱମ୍ବର ପ୍ରଧାନ ସୂଚନା ଦେଇଛନ୍ତି।