ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

By Angul TV Bureau

December 16, 2020

ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶିମିଳିପଡ଼ାଠାରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଶିମିଳିପଡ଼ାଠାରେ ଭଡ଼ାଘରେ ରହୁଥିବା ବିଶ୍ବ ମଣ୍ତଳ ନାମକ ଜଣେ ରାଜମିସ୍ତ୍ରୀ ଗତ ରାତିରେ ଘରେ ବିଦ୍ୟୁତ୍ ଲାଇନ୍ ସଜାଡ଼ିଲା ବେଳେ ଝଟକା ଖାଇଥିଲେ। ବିଦ୍ୟୁତ ଆଘାତ ପାଇ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କ ସହଯୋଗୀ ତୁରନ୍ତ ତାଙ୍କୁ ଅନୁଗୁଳ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ମଣ୍ତଳଙ୍କ ଘର ପଶ୍ଚିମବଙ୍ଗ ମୁର୍ସିଦାବାଦରେ। ପୁଲିସ୍ ଶବ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।