ଘଟଣା ଓ ଦୁର୍ଘଟଣା

ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ମୃତ

By Angul TV Bureau

May 15, 2024

ଅନୁଗୁଳ: ସାପ କାମୁଡ଼ାରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ପଞ୍ଚାୟତର ଧରାକୁଠ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ମାଟିଆରି(୪୫)।

ସୂଚନା ମୁତାବକ, ପ୍ରଫୁଲ୍ଲ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ଘର ଲୋକେ ଏ ନେଇ ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।