ଘଟଣା ଓ ଦୁର୍ଘଟଣା

୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ରାଜମିସ୍ତ୍ରୀ ମୃତ

By Angul TV Bureau

June 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁବେ ପଞ୍ଚାୟତ ଜୁକୁବୁ ଗାଁରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୁଧବାର ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁକୁବୁ ଗାଁର ମଧୁ ସାହୁ।

ମଧୁ ଗାଁରେ ଏକ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଅଳ୍ପ ଉଚ୍ଚତାରେ ଝୁଲୁଥ‌ିବା ୧୧ କେଭି ତାରରେ ଲୁହା ରଡ୍ ଲାଗିଯାଇଥିଲା। ଫଳରେ ମଧୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ। ତାଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ତଥା ଅନୁକମ୍ପା ସହାୟତା ଦାବିରେ ସ୍ଥାନୀୟ ଗ୍ରୀଡ୍ ସବଷ୍ଟେସନରେ ଶବ ରଖି ଆନ୍ଦୋଳନ କରିଥିଲେ । ଜରପଡ଼ା ଓ ବନ୍ତଳା ଥାନା ପୁଲିସଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।