ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ପଦ୍ମପୁର ସାହିରେ ଆଜି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଅଭିରାମ ଦେହୁରୀ (୫୦)।
ସୂଚନା ମୁତାବକ, ଗତ ରାତିରେ ଅଭିରାମ ଶୌଚ ହେବା ନିମନ୍ତେ ସ୍ଥାନୀୟ ପୋଖରୀକୁ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ସେଠାରେ ବୁଡି ପ୍ରାଣ ହରାଇଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ ସେ ୧୦-୧୫ ବର୍ଷ ହେବ ଅପସ୍ମାର ରୋଗରେ ପୀଡିତ ଥିଲେ।
ଖବର ପାଇ ବାମୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହଣ୍ଡପା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।