ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମପଞ୍ଚାୟତର ଜଣେ ଯୁବକଙ୍କ ନାଲକୋ କୋଇଲା ଟ୍ରେନ ଧକ୍କାରେ ଗୁରୁବାର ମୃତ୍ୟୁ ହୋଇଛି। ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ଷତିପୂରଣ ପାଇଁ ରେଳ ଲାଇନରେ ଧାରଣା ଦିଆଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୁରୁ ବେହେରାଙ୍କ ପୁଅ ସୁରେଶ ବେହେରା(୩୮) ସୌଚ ପାଇଁ ଯାଇଥିବାବେଳେ ଏହି ଟ୍ରେନ୍ ଦୂର୍ଘଟଣା ଘଟିଥିଲା। ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ପାଇଁ ଧାରଣା ଦେଇଥିଲେ। ସ୍ଥାନୀୟ ବିଜେଡି ଯୁବନେତା ଅରୁଣାଭ ସିଂ ଓ ଗ୍ରାମ ସରପଞ୍ଚ ପହଁଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଧାରଣାରେ ସାମିଲ ହୋଇଥିଲେ। ଘଟଣାସ୍ଥଳରେ ନାଲକୋ କର୍ତ୍ତୃପକ୍ଷ ଓ ବଅଁରପାଳ ପୁଲିସ ପହଞ୍ଚି ଶବକୁ ଜବତକରି ଏକ ମାମଲା ରୁଜୁକରିଥିଲେ। ଏ ନେଇ ସମାଧାନ କରାଯାଇଥିଲା। କ୍ଷତିପୁରଣ ବାବଦକୁ ପରିବାର ଲୋକଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କାକ୍ଷତିପୂରଣ ଦେବା ସହ ପରିବାରର ଜଣେ ସଦସ୍ୟଙ୍କୁ ନାଲକୋ କଣ୍ଟ୍ରାକ୍ଟର ମାଧ୍ୟମରେ ନିଯୁକ୍ତି ଦେବାକୁ ସ୍ଥିର କରାଗଲା।